ସପ୍ତାହେ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କରିଥିଲା । ମାତ୍ର ଅଳ୍ପ କିଛି ଦିନ ପରେ ତାଙ୍କର ନିଷ୍ପତ୍ତି ବଦଳିଗଲା । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଘୋଷଣା କରିଛି । ତାଲିବାନ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏହି ସୂଚନା ଦେଇଛନ୍ତି । ଷ୍ଟାନିକଜାଇ କହିଛନ୍ତି ଯେ ଆଫଗାନିସ୍ତାନ ଖୁବ୍ ଶୀଘ୍ର ଭାରତରେ ନିଜର ଦୂତାବାସ ଖୋଲିବ। ତାଲିବାନ ନେତା କହିଛନ୍ତି ଯେ ଆଫଗାନିସ୍ତାନ ପଡୋଶୀ ଦେଶ ସହ ଭଲ ସମ୍ପର୍କ ଚାହୁଁଛି । ଆମେ ଆପଣଙ୍କୁ ଜଣେଇଦେବାକୁ ଚାହୁଁଛୁ ଯେ ମାତ୍ର ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସର ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । | ଷ୍ଟାନିକଜାଇ ସ୍ଥାନୀୟ ଗଣମାଧ୍ୟମ ଆରଟିଆକୁ କହିଛନ୍ତି ଯେ ହାଇଦ୍ରାବାଦ ଏବଂ ମୁମ୍ବାଇରେ ଥିବା ଆଫଗାନିସ୍ତାନ କନସୁଲେଟର ଅଧିକାରୀମାନେ କାବୁଲର ନିର୍ଦ୍ଦେଶ ପରେ ଦୂତାବାସ ପରିଦର୍ଶନ କରିଛନ୍ତି । ଆମେ ଶୀଘ୍ର ନୂଆଦିଲ୍ଲୀରେ ଏକ ଦୂତାବାସ ଖୋଲି ପୁଣି କାକଜ ଆରମ୍ଭ କରିବୁ | ଆମେ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛୁ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍