The Topmost

“The eyes believe themselves, the ears believe other people.”

ତାଲିବାନକୁ ‘କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ର ତାଗିଦ୍

ତାଲିବାନକୁ ‘କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ ତାଗିଦ୍ କରିଛି । ଅଟକ ରଖିଥିବା ଆମେରିକୀୟ ସାମ୍ବାଦିକ ତଥା ସ୍ବାଧୀନ ଚଳଚ୍ଚିତ୍ର ନିର୍ମାତା ଆଇଭୋର୍‌ ଶିୟରର୍‌ ଏବଂ ଆଫଗାନୀ ପ୍ରଯୋଜକ ଫୈଜୁଲ୍ଲା ଫୈଜ୍‌ବାଖ୍‌ସ୍‌ଙ୍କୁ ତୁରନ୍ତ ମୁକ୍ତ କରିବାକୁ କୁହାଯାଇଛି । ଏହାସହ ସାମ୍ବାଦିକମାନଙ୍କୁ ଅଟକ ରଖିବା କାମ ବନ୍ଦ କରିବାଲାଗି ନ୍ୟୁୟର୍କର ‘କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ ତାଲିବାନ୍‌କୁ କହିଛି । କମିଟି ଟୁ ପ୍ରୋଟେକ୍ଟ୍‌ ଜର୍ଣ୍ଣାଲିଷ୍ଟ୍‌’ କହିବା ଅନୁସାରେ, ଅଗଷ୍ଟ୧୭ ତାରିଖ ଦିନ ଶିୟରର୍‌ ଏବଂ ଫୈଜ୍‌ବାଖ୍‌ସ୍‌ କାବୁଲ ଅନ୍ତର୍ଗତ ଡିଷ୍ଟ୍ରକ୍ଟ୍‌ ୧୦ର ଶେର୍‌ପୁର୍‌ ଅଞ୍ଚଳରେ ଚଳଚ୍ଚିତ୍ର ଉତ୍ତୋଳନ କରୁଥିବା ବେଳେ କେତେକ ନିରାପତ୍ତା ରକ୍ଷୀ ସେମାନଙ୍କୁ ବାଧା ଦେଇଥିଲେ । ୨ଜଣ ସାମ୍ବାଦିକଙ୍କୁ ସେମାନଙ୍କର କାର୍ଯ୍ୟକଳାପ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତାଙ୍କର କାର୍ଯ୍ୟାନୁମତି ପତ୍ର, ପରିଚୟ ପତ୍ର ଏବଂ ପାସ୍‌ପୋର୍ଟ ଆଦି ଯାଞ୍ଚ କରିଥିଲେ । ପରେ ପ୍ରାୟ ୫୦ଜଣ ସଶସ୍ତ୍ର ଗୁଇନ୍ଦା କର୍ମଚାରୀ ଶିୟରର୍‌ ଏବଂ ଫୈଜ୍‌ବାଖସ୍‌ଙ୍କୁ ଆଖିରେ ପଟ୍ଟି ବାନ୍ଧି ଅଜଣା ସ୍ଥାନକୁ ନେଇ ଯାଇଥିଲେ ।