କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ଚାଲିଛି ୮୭ ତମ ଚଇତି ପର୍ବ । ଏହି ପର୍ବରେ ମା ୭ ଦିନ ଧରି ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ବିଶ୍ୱାସ ଅଛି ମା’ଙ୍କ ଏହି ସୁନାବେଶ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଚଇତି ପର୍ବର ଶେଷ ଦିନରେ ପାଳନ କରାଯାଇଥାଏ ମହାବିଷୁବ ପଣା ସଂକ୍ରାନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଅଫିସର ୫୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି । ଏଥିସହିତ ୪୦ଜଣ ପୂଜକ ମଧ୍ୟ ନିୟୋଜିତ ହୋଇଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ