The Topmost

“The eyes believe themselves, the ears believe other people.”

ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌

କିଙ୍ଗଖାନ୍‌ ଶାହରୁଖ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । କିଙ୍ଗଖାନ୍‌ ତାଙ୍କ ସଫଳତା ତାଲିକା‌ରେ ଆଉ ଏକ ଧାଡ଼ି ଯୋଡ଼ିଛନ୍ତି । ବ୍ରିଟେନ୍‌ରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ୍‌ । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଦଲଜିତ୍‌ ଦୋସାଞ୍ଜ୍‌ ଓ ରଣବୀର କପୁର ବି ସମାନ ତାଲିକାରେ ସ୍ଥାନ ପାଇଛନ୍ତି । ବ୍ରିଟେନ୍‌ର ସାପ୍ତାହିକ ‘ଇଷ୍ଟର୍ଣ୍ଣ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି । ବର୍ଷ ୨୦୨୩ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି । ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ଶାହାରୁଖ ଖାନଙ୍କ ‘ଯବାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା । ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି ।