ପ୍ରଥମେ ମନ୍ତ୍ରୀଙ୍କୁ ବହିଷ୍କାର କଲେ ପରେ ରୋକ୍ ଲଗାଇଲେ । କହିଲେ ଆଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ନଆସିବା ଯାଏ ମନ୍ତ୍ରୀ ପଦରେ ରହିବେ ବାଲାଜୀ । ତାମିଲନାଡୁ ରାଜ୍ୟପାଳଙ୍କ ଏପରି ଏକ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା । ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ତାମିଲନାଡୁର ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ରାଜ୍ୟପାଳ ଆର୍ ଏନ୍ ରବି ଜେଲରେ ଥିବା ଏହି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ବହିଷ୍କାର କରିଛନ୍ତି । ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଶାସକ ଦଳ ଡିଏମକେ । ଆଗାମୀ ଦିନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି । ଅନ୍ୟପଟେ ବିବାଦ ବଢୁଥିବା ଦେଖି ବିଳମ୍ବିତ ରାତିରେ ରାଜଭବନ ପକ୍ଷରୁ କୁହାଯାଇଛି, ବହିଷ୍କାର ନେଇ ରାଜ୍ୟପାଳଙ୍କ କ୍ଷମତ ବାବଦରେ ଆଟର୍ଣ୍ଣି ଜେନେରାଲଙ୍କ ପରମର୍ଶ ନଆସିବା ଯାଏ ବାଲାଜୀ ମନ୍ତ୍ରୀ ପଦରେ ରହିବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ