ତାମିଲନାଡୁରେ ରାଜ୍ୟପାଳ-ରାଜ୍ୟ ସରକାରଙ୍କ ମଧ୍ୟରେ ସାମ୍ନାକୁ ଆସିଲା ବିବାଦ । ତାମିଲନାଡୁ ରାଜ୍ୟପାଳ ଆରଏନ ରବି ମାତ୍ର ୨ ମିନିଟ୍ ମଧ୍ୟରେ ବିଧାନସଭାରେ ନିଜର ଅଭିଭାଷଣ ଶେଷ କରିଛନ୍ତି । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣରେ ଅସହମତ ଥିବା ଦର୍ଶାଇ ୨ ମିନିଟରେ ଭାଷଣ ଶେଷ କରିଛନ୍ତି ରାଜ୍ୟପାଳ । ତାମିଲନାଡୁ ବିଧାନସଭାର ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣ ଦେଇଥାନ୍ତେ ରାଜ୍ୟପାଳ । ତେବେ ସରକାରଙ୍କ ଦ୍ୱାରା ଅଭିଭାଷଣରେ ଏମିତି ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା । ତେଣୁ ଏହି ଅଭିଭାଷଣ ସହ ସହମତ ହୋଇନଥିଲେ ଆରଏନ ରବି । ତେଣୁ ଅଭିଭାଷଣ ପଢିବା ପୂର୍ବରୁ ଏହାକୁ ସମାପ୍ତ କରିଥିଲେ ରାଜ୍ୟପାଳ । ଏହାସହ ରାଜ୍ୟପାଳ କହିଛନ୍ତି, ମୁଁ ଅନେକଥର ଅଭିଭାଷଣ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ପରାମର୍ଶ ଦେଇଛି । ଜାତୀୟ ସଙ୍ଗୀତକୁ ସମ୍ମାନ ପାଇଁ ଏଭଳି କହିଥିଲି । କିନ୍ତୁ ଏହାକୁ ନଜରଅନ୍ଦାଜ କରିଦିଆଗଲା । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ରାଜ୍ୟପାଳ । ତେବେ ଗୃହ ଛାଡିବା ପୂର୍ବରୁ ବିଧାନସଭାର ସଠିକ ଢଙ୍ଗରେ ଚାଲିବା ପାଇଁ ଶୁଭକାମନା ଦେଇଥିଲେ । ତେବେ ରାଜ୍ୟପାଳ ଅଭିଭାଷଣ ପଢିନଥିବା ବେଳେ ବିଧାନସଭା ବାଚସ୍ପତି ଏହାକୁ ସମ୍ପୂର୍ଣ୍ଣ ରୂପେ ପଢିଥିଲେ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ