The Topmost

“The eyes believe themselves, the ears believe other people.”

ତାମିଲନାଡୁରେ ଅମୁଲ-ଆଭିନ ମିଲ୍କ ଓ୍ବାର 

କର୍ଣ୍ଣାଟକରେ ଓ୍ବାର ନ ଥମୁଣୁ ତାମିଲନାଡୁରେ ସୃଷ୍ଟି ହେଲା ସମ ଧରଣର ବିବାଦ । ତାମିଲନାଡୁରେ ଅମୁଲର ପ୍ରବେଶକୁ କରାଯାଇଛି ବିରୋଧ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ । ତାମିଲନାଡୁ ରାଜ୍ୟ ସମବାୟ ସଂସ୍ଥା  ଆଭିନରୁ ଅମୁଲର ଦୁଗ୍ଧ ସଂଗ୍ରହ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଷ୍ଟାଲିନ । ଷ୍ଟାଲିନ କହିଛନ୍ତି- ଅମୁଲର କାଇରା ଜିଲ୍ଲା ସମବାୟ ଦୁଗ୍ଦ ଉତ୍ପାଦକ ସଂଗଠନ ପକ୍ଷରୁ କ୍ରିଷ୍ଣାଗିରି ଜିଲ୍ଲାରେ ଶୀତଳୀକରଣ କେନ୍ଦ୍ର ଓ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା ଲାଗି ଯୋଜନା କରାଯାଉଛି । ଏହା ସହ କୃଷି ଉତ୍ପାଦକ ସଂଗଠନ ବା ଏଫପିଓ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଦୁଗ୍ଧ ସଂଗ୍ରହ ଲାଗି ପଦକ୍ଷେପ ନିଆଯାଉଛି । କ୍ରିଷ୍ଣାଗିରି, ଧର୍ମପୁରୀ, ଭେଲୋର, ରାଣୀପେଟ. ତିରୁପଥୁର, କାଞ୍ଚିପୁରମ ଓ ତିରୁଭାଲୁର ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଷ୍ଟାଲିନ । ସେ କହିଛନ୍ତି- ଅମୁଲର ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ହୀନ ପ୍ରତିଯୋଗିତା ସୃଷ୍ଟି କରିବ ।