ଉତ୍ତର-ପୂର୍ବ ଭାରତରେ ସିତ୍ରଙ୍ଗର ପ୍ରଭାବ । ଗତକାଲି ଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ତଳିଆ ଅଞ୍ଚଳଗୁଡ଼ିକ ବ୍ୟାପକ ପ୍ରଭାବିତ ହୋଇଛି । ବର୍ଷା ଯୋଗୁ ଶହ ଶହ କଚ୍ଚା ଘର ଭାଙ୍ଗିଥିବା ବେଳେ ଟେଲି କମ୍ୟୁନିକେସନ ସେବା ବାଧାପ୍ରାପ୍ତ ହୋଇଛି । ଗୌହାଟିର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଆଜି ବି ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅରୁଣାଚଳ ଓ ମେଘାଳୟରେ ବି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ବର୍ଷା, ପବନ ଲାଗି ରହିଥିବାରୁ ୭ଟି ବିମାନ ଉଡାଣ ବାତିଲ କରାଯାଇଛି । ପାଗ ଖରାପ ଯୋଗୁ ସିଲଂରୁ ସିଲଚର, ଡିବ୍ରୁଗଡ଼ରୁ କୋଲକାତା ଯାଉଥିବା ବିମାନ ଉଡାଣ ବାତିଲ କରିଛି ଏଟିସି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍