ତଳକୁ ଖସୁଛି ଶ୍ରୀମନ୍ଦିରର ଭୂତଳ ଜଳସ୍ତର । କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରି ଭୂତଳ ଜଳସ୍ତର ୨୦୨୧-୨୨ ସର୍ବେକ୍ଷଣ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ବଡଦେଉଳ ଅଞ୍ଚଳରେ ପାଖପାଖି ଅଧମିଟର ତଳକୁ ଭୂତଳ ଜଳସ୍ତର ଖସିଯାଇଛି । ରିପୋର୍ଟ ଅନୁସାରେ ଜଗନ୍ନାଥ ମନ୍ଦିର ଭୂତଳ ଜଳସ୍ତର ୨୦୧୯ରେ ୬.୨୬ମିଟର ତଳେ ରହିଥିଲା । ୨୦୨୧ରେ ଭୂତଳ ଜଳସ୍ତର ୬.୭୨ ମିଟର ତଳକୁ ଖସିଯାଇଛି ।ସେପଟେ ପୁରୀ ସହରର ସିଦ୍ଧମହାବୀର ଓ ତୋଟାସାହି ଅଞ୍ଚଳର ଭୂତଳ ଜଳ ଏକ ମିଟର ତଳକୁ ଖସି ଯାଇଛି । କେବଳ ବଳଗଣ୍ଡ, ପୁଲିସ ଲାଇନ, ଗୈାଡବାଡ ସାହି, ଶ୍ରୀରାମ ଟକିଜ, ଜଗନ୍ନାଥ ବଲ୍ଲଭ ମଠ ଓ ବେହେରା ସାହି ଅଞ୍ଚଳକୁ ଛାଡି ଦେଲେ ପୁରୀର ସବୁ ଅଞ୍ଚଳରେ ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା