ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ପୁଣି ମିଳିଛି ବଡଧରଣର ସଫଳତା । ପୁଣି ଶିମିଳିପାଳ ପାଦଦେଶରୁ ୨୮ ଦେଶୀବନ୍ଧୁକ ଜବତ । ବଡ଼ସାହି ପୁଲିସ ରେଣ୍ଟାସାହିରୁ ୧୬ଟି ଏବଂ ଚନ୍ଦନଚତୁରୀ ଲୋଧାସାହିରୁ ୧୨ଟି ଏହିପରି ଦୁଇଟି ପୃଥକ ଚଢ଼ଉରେ ମୋଟ ୨୮ଟି ହାତ ତିଆରି ଦେଶୀବନ୍ଧୁକ ଜବତ କରି ପୃଥକ ମାମଲା ରୁଜୁ କରିଛି । ଏନେଇ ବଡ଼ସାହି ଥାନାରେ ଯଥାକ୍ରମେ ୩୧୪ ଏବଂ ୩୧୫ ନମ୍ବରରେ ଦୁଇଟି ପୃଥକ ମାମଲା ରୁଜୁକରାଯାଇ ତଦନ୍ତ ଜାରି ରହିଛି । ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଉଦ୍ଦେଶ୍ୟରେ ଜୁନ ୧୮ତାରିଖରୁ ଜିଲ୍ଲା ପୁଲିସ ପକ୍ଷରୁ ଆରମ୍ଭ ତଲାସୀ ଅଭିଯାନରେ ଏପର୍ଯ୍ୟନ୍ତ ୧୪ଟି ମାମଲାରେ ୭୮ଟି ବନ୍ଧୁକ ଗୋଟିଏ ବନ୍ଧୁକ ତିଆରି କାରଖାନା ଜବତ ସହିତ ୨୦ଜଣଙ୍କୁ ଗିରଫ କରଯାଇଛି । ୪ ପ୍ଲାଟୁନ ପୁଲିସ ଫୋର୍ସ ଏହି ଅଭିଯାନରେ ନିୟୋଜିତ ଅଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା