ଆଣ୍ଟାର୍କଟିକାର ଥ୍ବେଟିସ୍ ଗ୍ଲେସିୟର ବା ‘ଡୁମ୍ସଡେ ଗ୍ଲେସିୟର’ ଏବେ ତରଳୁଛି । ଏହି ବିରାଟ ହିମଶୈଳ ଏବେ ତରଳି କ୍ଷୟ ପାଉଥିବା ଜଣାପଡ଼ିଛି । ଏହାକୁ ନେଇ ପରିବେଶବିତ୍ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଭାରତର ଗୁଜରାଟ ରାଜ୍ୟର ଆକାର ବିଶିଷ୍ଟ ଏହି ହିମଶୈଳ ଯଦି ଏପରିଭାବେ ତରଳି କ୍ଷୟପାଇ ଚାଲେ ତେବେ ବିଶ୍ବ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟି ହେବାର ଆଶଙ୍କା ଅଧିକ । ପୃଷ୍ଠଦେଶର ଅଧ କିଲୋମିଟର ତଳେ ସମୁଦ୍ରର ଉଷ୍ମଜଳ ହିମଶୈଳକୁ ତଳୁ ତରଳାଉଛି ଏବଂ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏହାକୁ ଉପରୁ ତରଳାଉଛି । ଫଳରେ ଉକ୍ତ ୧୨୦ କିଲୋମିଟର ଚଉଡ଼ା ହିମଶୈଳରେ ବର୍ଷକୁ ୪୩ ମିଟର ଦୀର୍ଘ ଉପତ୍ୟକା ସୃଷ୍ଟି ହେଉଛି ବୋଲି ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେର ଗବେଷକମାନେ କହିଛନ୍ତି । ହିମଶୈଳ ତରଳିବା ଯୋଗୁ ପ୍ରତିବର୍ଷ ଶହଶହ କୋଟି ଟନ ବରଫ ଜଳ ହୋଇ ସମୁଦ୍ର ପାଣିରେ ମିଶୁଛି । ଫଳରେ ସମୁଦ୍ର ସ୍ତର ବର୍ଷକୁ ୪ ପ୍ରତିଶତ ଲେଖାଏ ବୃଦ୍ଧି ପାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ