ଆଦାନୀ-ହିଣ୍ଡେନବର୍ଗ ମାମଲା । ତଦନ୍ତ କରିବାକୁ ୬ ମାସ ସମୟ ମାଗିଲା ସେବି । ଏନେଇ ସୁପ୍ରିମକୋର୍ଟରେ ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ତରଫରୁ ଆବେଦନ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ସେବି ପାଇଥିବା ତଥ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି । ଆଦାନୀ କେଉଁ ନିୟମର ଉଲ୍ଲଘଂନ କରିଛି ସେନେଇ ବିସ୍ତୃତ ରିପୋର୍ଟ ଦିଆାଇଛି । କର୍ପୋରେଟ ଗଭର୍ଣ୍ଣାନ୍ସ, ଅଂଶଧନ ମୂଲ୍ୟରେ ହେରଫେର, ପିଏଫଆଇ ରେଗୁଲେସନରେ ହେରଫେର, ଅନ୍ତରୀଣ ବାଣିଜ୍ୟ ନିୟମ, ସର୍ଟ ସେଲିଂ ନିୟମ ଆଦି ଉଲଂଘନ ସମ୍ପର୍କରେ ସେବି ତଥ୍ୟ ଦେଇଥିବା ସୂଚନା ମିଳିଛି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ତାଲିକାଭୁକ୍ତ ୭ଟି କମ୍ପାନୀକୁ ସମସ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍