ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ତାଙ୍କ ବିରୋଧରେ ଲାଗିଥିବା ୩୪ଟି ହେରଫେର ମାମଲାକୁ ଟ୍ରମ୍ପ ମିଛ ବୋଲି କହିଥିଲେ । ମାମଲାର ଆଗାମୀ ଶୁଣାଣି ପାଇଁ ଡିସେମ୍ବର ୪ ତାରିଖକୁ ଧାର୍ଯ୍ୟ କରାଯାଇଛି । ଭାରତୀୟ ସମୟ ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ମାମଲାର ଶୁଣାଣି ଚାଲିଥିଲା । ସେପଟେ କୋର୍ଟରୁ ବାହାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଶାସକ ଦଳ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଦଳର ନେତାକୁ ବିନା ଦୋଷରେ ଗିରଫ କରୁଛି ବୋଲି ଟ୍ରମ୍ପ କହିଥିଲେ । ଆମେରିକାରେ ଏବେ ଯାହା ହେଉଛି ଅତି ଦୁଃଖଦାୟକ । ଏହାସହ ସମର୍ଥକମାନଙ୍କୁ ଇମେଲ ପଠାଇ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ