କୋଭିଡ୍-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ବପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରୁଛି । ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର କରି ୧୯୯୬ରେ ଚିହ୍ନଟ ହେବା ପରେ ୨୦୦୨ ସୁଧା ଏହା ୧୩୧୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଦେଶରେ ୩୦୩ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦର୍ଶାଉଛି । ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ କୋଭିଡ୍ ବିରୋଧରେ ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧ କାରୀ ଶକ୍ତି ଡେଙ୍ଗୁ ସୃଷ୍ଟି କରୁଥିବା ଭାଇରସ ସିରୋଟାଇପ୍ DENV-2 ସହ ମିଶି ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ଡେଙ୍ଗୁ ରୋଗୀଙ୍କ ଠାରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି