ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ସେଥିରୁ ୧୯୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି । ଆଉ ମୁଖ୍ୟତଃ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ରାଜ୍ୟର ୧୮ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ତେବେ ଡେଙ୍ଗୁ ବ୍ୟାପିବା ନେଇ ତନାଘନା ବେଳେ ସାମ୍ନାକୁ ଆସୁଛି ଚମକାଇ ଦେଲାଭଳି ଏକ ତଥ୍ୟ । ଡେଙ୍ଗୁ ବ୍ୟାପିବା ପଛରେ ରହିଛି କୋଭିଡ୍ । କୋଭିଡ ବେଳେ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡ଼ି, ଡଷ୍ଟବିନ୍, ପାଣି ଟାଙ୍କି ଓ ଅନ୍ୟାନ୍ୟ ସ୍ଥାନ ଠିକ୍ ସମୟରେ ସଫା ହୋଇପାରି ନ ଥିଲା । ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ । ସାଧାରଣତଃ ଏହି ମଶା ସକାଳ ଓ ସଂଧ୍ୟା ସମୟରେ କାମୁଡ଼ିଥାନ୍ତି । ସ୍ୱଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ । ଏଡିସ୍ ମଶାର ଅଣ୍ଡା ବର୍ଷେରୁ ଦୁଇ ବର୍ଷ ପାଇଁ ସତେଜ ରହିଥାଏ । କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ୍ ମଶାର ଅଣ୍ଡା ଲାଗି ରହିଥାଏ । ବର୍ଷା ଋତୁ ଆସିବା ପରେ ପାଣି ସଂସ୍ପର୍ଶରେ ଆସି ଅଣ୍ଡାରୁ ଛୁଆ ବାହାରିଥାଏ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ