The Topmost

“The eyes believe themselves, the ears believe other people.”

ଡିସେମ୍ବର ୧୯ରେ ୨୦୨୪ IPL ପାଇଁ ନିଲାମୀ

ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜ ନଜର ରଖିଛନ୍ତି । ଗୁଜରାଟ ପକେଟରେ ଅଛି ସର୍ବାଧିକ ଟଙ୍କା । ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି ।