ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଲା ସୁରାକ୍। ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମାଗିଲା ଖାରବେଳନଗର ଥାନା ପୋଲିସ । ଆଜେକ୍ସଙ୍କ ସିଡିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । କଲ ରେକର୍ଡରୁ ମିଳିପାରେ ପକ୍କା ପ୍ରମାଣ । ସେପଟେ ବ୍ୟାଙ୍କ ସହ ଯୋଗାଯୋଗ କରିଛି ଖାରବେଳନଗର ଥାନା । ପ୍ରେମିକାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କକୁ ତଥ୍ଯ ମଗାଯାଇଛି । ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରେମିକାଙ୍କୁ ଡିଜେ ଆଜେକ୍ସ ଦେଇଥିବା ସୂଚନା ମିଲିଛି । ସେପଟେ ଖୁବଶୀଘ୍ର ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା ହେବ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେଉଁ ଫଟୋ ଓ ଭିଡିଓକୁ ନେଇ ବ୍ଳାକମେଲ କରୁଥିଲେ ପ୍ରେମିକା ? ସେ ଫଟୋ ଓ ଭିଡିଓରେ ଥିଲା କଣ ? ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଣ କଥା ହୋଇଥିଲେ, ସେସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରୁ ସ୍ପଷ୍ଟ ହେବ । ଦଫା ୩୦୬ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଦଫା ୩୪ରେ ମାମଲା ରୁଜୁ ହୋଇଛି । ଶନିବାର ସଂଧ୍ୟାରେ ଆତ୍ମହତ୍ୟା କରିଥିଲେ ଆଜେକ୍ସ । ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମିକା ଓ ପୁରୁଷବନ୍ଧୁ ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି