The Topmost

“The eyes believe themselves, the ears believe other people.”

ଡିଜେଲ ଗାଡିକୁ ନେଇ ନୀତିନ ଗଡକରୀଙ୍କ ବୟାନ 

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିଜେଲ ଗାଡିଗୁଡିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫେକଚର୍ସର ୬୩ ତମ ସମ୍ମିଳନୀରେ ଯୋଗଦେଇ ଗଡକରି କହିଛନ୍ତି କି, ଡିଜେଲ ଗାଡିଗୁଡିକ ଉପରେ ଅଧିକ ୧୦ ପ୍ରତିଶତ ଜିଏସଟି ଲଗାଇବା ନେଇ ପ୍ରସ୍ତାବ ଦିଆଯାଇଛି । ଏନେଇ ସେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ପେଟ୍ରୋଲ ଗାଡି ତୁଳନାରେ ଡିଜେଲ ଗାଡି ଅଧିକ ପ୍ରଦୂଷିତ କରୁଛି । ଲୋକଙ୍କୁ ପ୍ରଦୂଷଣରୁ ମୁକ୍ତି ଦେବାକୁ ସେ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ ଏକ ସ୍ୱତନ୍ତ୍ର ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଥିବା କଥା ମଧ୍ୟ କହିଛନ୍ତି । ତେବେ ଯଦି ଗଡକରୀଙ୍କ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରୁଛନ୍ତି ତେବେ ଦେଶରେ ଡିଜେଲ ଗାଡିଗୁଡିକର ଦାମ ବହୁତ ବଢିଯିବ । ଏହାସହ ଯାତ୍ରୀ ଭଡା ଓ ପରିବହନ ଖର୍ଚ୍ଚ ବଢିବା ସହ ସମସ୍ତ ସାମଗ୍ରୀର ଦାମ ମଧ୍ୟ ବୃଦ୍ଧିପାଇବାର ସମ୍ଭାବନା ରହିଛି ।