ଆଜିଠୁ ବାବା ଧବଳେଶ୍ୱରଙ୍କ ଭର୍ଚୁଆଲ ଦର୍ଶନ । ଡିଜିଟାଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କ ବଡ଼ ସିଂହାର ବେଶ ଦର୍ଶନ କରିପାରିବେ ଭକ୍ତ । ତେବେ ଏହି ଭର୍ଚୁଆଲ ଦର୍ଶନ ଆରମ୍ଭ ହୋଇସାରିଛି । ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ଲାଗୁ ରହିଛି । ମୁଖ୍ୟ ପ୍ରବେଶ ପଥ ଓ ପାଇକରାପୁର ଛକରେ ଏଲଇଡି ବ୍ୟବସ୍ଥା କରାଯାଇଛି । ଏହି ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନର ସୁଯୋଗ ପାଇପାରୁଛନ୍ତି । ଏହା ସହ ଝୁଲାପୋଲ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗଜଭୋଗ ବା ଶୁଖିଲା ଭୋଗ ମିଳିବ ନାହିଁ କିମ୍ବା ସେଠାରେ କୌଣସି ଦୋକାନ ଖୋଲାଯିବନି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍