ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ କରିଛି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ କେବଳ ୫ଶହ ଟଙ୍କିଆ ନୋଟ୍ ମିଳଛି । ଟ୍ରଙ୍କ ଓ ଆଟାଚରେ ପୁଳାପୁଳା ଟଙ୍କା । ଖାଲି ୫୦୦ ଟଙ୍କିଆ ନୋଟ୍ ବିଡା । ଘର ଭିତରେ ସାଇତା ହୋଇ ରହିଛି ନଗଦ ପ୍ରାୟ ୩୦ କୋଟି ଟଙ୍କା । ଆୟକର ଚଢାଉ ବେଳେ ଏତେ ପରିମାଣର ଟଙ୍କା ସାମ୍ନାକୁ ଆସିଛି । ଡିଏନ ଗ୍ରୁପର ଜଣେ କର୍ମଚାରୀଙ୍କ ଘରୁ ମିଳିଛି ଏହି ଟଙ୍କା । ଟିଭି ପରଦାରେ ଏତେ ପରିମାଣର ଟଙ୍କା ଦେଖି ଆଖି ଖୋସି ହୋଇଯାଇଛି । ଟିକସ ଫାଙ୍କି ଅଭିଯୋଗରେ ଗତକାଲି ରାତିରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ ଉପରେ ଆୟକର ଚଢାଉ ଚାଲିଛି । କମ୍ପାନୀର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କ ଘର ସମେତ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ