ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତି । ତାଙ୍କ ସହ ଆସୁଛନ୍ତି କୋଲାକାତାରେ ଅବସ୍ଥାପିତ ଇଣ୍ଡୋନେସିଆ କନସୁଲ୍ ମହେଶ ଶର୍ମା ଓ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଦୁଇଜଣ ଅଧିକାରୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତିଙ୍କ ସମେତ ୪ ଜଣ ଅତିଥି ଆଜି ରାତି ୮ଟାରେ ଭୁବନେଶ୍ବର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ । ଅପରାହ୍ନ ୩ଟା ୩୦ରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଓ କନସୁଲ୍ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଲୋକସେବା ଭବନରେ ଭେଟିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗସ୍ତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା ପରିଦର୍ଶନରେ ଯିବେ । ଏବଂ ୨୯ ତାରିଖ ଅପରାହ୍ନ ଗୋଟାଏ ୧୫ ମିନିଟ୍ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା