ମାର୍ଚ୍ଚ ୫ରୁ ଡାକୋଟାକୁ ଦେଖି ପାରିବେ ସର୍ବସାଧାରଣ ଲୋକେ । ଏହି ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏନେଇ ସୂଚନା ଦେଇଛନ୍ତି ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି । ଏନେଇ ସଜେଇ ହେଉଛି ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟା । ବିମାନବନ୍ଦର ଟର୍ମିନାଲ ଓ୍ବାନ୍ ସାମ୍ନାକୁ ଆସିଲାଣି ଡାକୋଟା । ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟାର ବିଭିନ୍ନ ଅଂଶର ଖଞ୍ଜାଖଞ୍ଜି କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏବେ ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍ଅଂଶକୁ ଆଣି ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ଆଜି ବିଳମ୍ବିତ ରାତିରେ ୨ଟି ଡେଣା ଓ ମୁଖ୍ୟଅଂଶ କକପିଟକୁ ଅଣାଯିବ । ତେବେ ୩ ତାରିଖ ସୁଦ୍ଧା ଖଞ୍ଜାଖଞ୍ଜି କାମ ସମ୍ପୂର୍ଣ୍ଣ ଶେଷ ହେବ ।
“The eyes believe themselves, the ears believe other people.”
More Stories
ଶ୍ରୀମନ୍ଦିର କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ଟ୍ରିବ୍ୟୁନାଲ ପାଇଁ ଖର୍ଚ୍ଚ ଅଟକଳ 26 କୋଟି
ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବ ନୂଆ ନିଯୁକ୍ତି ସୁଯୋଗ