ଆମେରିକା ସାଉଥଫର୍କ ଗୋଶାଳାରେ ଭୟଙ୍କର ବିସ୍ଫୋରଣ । ଡାଏରୀ ଫାର୍ମରେ ବିସ୍ଫୋରଣ ଘଟି ୧୮ ହଜାର ଗାଈଗୋରୁ ମୃତ । ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଗୋଶାଳା ମାଲିକଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇନାହିଁ । ଗୁରୁବାର ବିଳମ୍ବିତ ରାତିରେ ଫାର୍ମରେ ବ୍ଲାଷ୍ଟ ହୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ବେଳେ ନିଆଁ ଓ ଧୂଆଁରେ ୧୮ହଜାର ଗୋରୁଙ୍କର ମୃତ୍ୟୁ ହୋଇଛି । ଡାଏରୀ ଫାର୍ମ ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୧୮ରୁ ୨୦୨୧ ମଧ୍ୟରେ ଆମେରିକାରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୩୦ଲକ୍ଷ ଫାର୍ମରେ ରହୁଥିବା ପ୍ରାଣୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ