ଖାଦ୍ୟ ଆମ ଜୀବନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଉତ୍ତମ ଖାଦ୍ୟ ଖାଇଲେ ବ୍ୟକ୍ତି ସୁସ୍ଥ ରହିଥାଏ ଓ ଖାଦ୍ୟ ଖରାପ ହେଲେ ତାହାର କୁପ୍ରଭାବ ସିଧା ଶରୀର ଉପରେ ପଡ଼େ। ତେବେ, ଯେତେେ ପ୍ରକାରର ଖାଦ୍ୟ ରହିଛି ସବୁଠାରୁ ଭଲ ଖାଦ୍ୟ ଭାବେ ଆମେ ସବୁଜ ପନିପରିବା ଓ ଫଳମୂଳକୁ ନେଇଥାଉ। ସବୁ ଫଳର ଭିନ୍ନ ଭିନ୍ନ ସୁଗୁଣ ରହିଛି। ପଣସ ଏକ ଏପରି ଫଳ ଯାହାକୁ କଞ୍ଚା ଅବସ୍ଥାରେ ଆମେ ପରିବା ଭାବେ ବି ବ୍ୟବହାର କରିଥାନ୍ତି
ପଣସର କଞ୍ଚା ସମୟକୁ ଆମେ ପଣସକଠା ଭାବେ ଜାଣନ୍ତି। ଏହି ପଣସକଠା ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ। ଏଥିରେ ଥିବା ଫାଇବର ଶରୀରରେ ଗ୍ଲୁକୋଜ୍ ଓ ଇନ୍ସୁଲିନ୍ କ୍ଷରିତ ହେବାକୁ ରୋକିଥାଏ। ଏହାବ୍ୟତୀତ ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖେ।
ପଣସ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଋତୁକାଳୀନ ସଂକ୍ରମଣକୁ ବି ପଣସ ଖାଇବା ଦ୍ବାରା ରୋକାଯାଇପାରେ। ଏଥିରେ ଥିବା ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍, ଭିଟାମିନ୍ ସି ସମେତ ଫାଇବର୍, ପଟାସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍ ଓ ଫସ୍ଫରସ ପରି ନ୍ୟୁଟ୍ରିଏଣ୍ଟ୍ସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
ଓଜନ ହ୍ରାସ ପାଇଁ ମଧ୍ୟ ପଣସକୁ ଗ୍ରହଣ କରାଯାଇପାରେ। ଏଥିରେ ଖୁବ୍ କମ୍ କ୍ୟାଲୋରି ଥିବା ହେତୁ ଆପଣ ଯଦି ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଦୈନନ୍ଦିନ ଡଏଟ୍ ଚାର୍ଟରେ ପଣସକୁ ସାମିଲ୍ କରିପାରିବେ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ