The Topmost

“The eyes believe themselves, the ears believe other people.”

ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା !

ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଗତକାଲି ଟଙ୍କା କିଛି ପଇସା ଦୁର୍ବଳ ହୋଇ ୭୯ ଟଙ୍କା ୯୯ ପଇସାକୁ ଖସି ଆସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହାଛଡା ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ରହିବା ଯୋଗୁଁ ଡଲାରର ଚାହିଦା ବଢିଛି । ଯାହାଫଳରେ ଟଙ୍କା ଦୁର୍ବଳରୁ ଆହୁରି ଦୁର୍ବଳ ହେଉଛି । ଗତ ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ଖସିଲାଣି । ଟଙ୍କା ଦୁର୍ବଳ ହେଉଥିବାରୁ ଭାରତୀୟ ଅର୍ଥନୀତି ପାଇଁ ବହୁତ ବଡ଼ ସମସ୍ୟା ସୃଷ୍ଟି କରିବ । ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ତାହା ପାଇବା ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଡଲାର ଦ୍ୱାରା ଯେଉଁ ସବୁ ସାମଗ୍ରୀ ଆମଦାନୀ କରାଯାଉଛି ତାହା ଦେଶ ଭିତରେ ଆହୁରି ମହଙ୍ଗା ହେବ । ଫଳରେ ଦରଦାମ୍ ସ୍ଥିତି ଆହୁରି ବିଗିଡ଼ିବ ।