The Topmost

“The eyes believe themselves, the ears believe other people.”

ଡବ୍ଲୁପିଏଲ୍ ରେ ଦିଲ୍ଲୀ କ୍ୟାପିଟାଲର ଜିତାପଟ୍

ଓ୍ବିମେନ୍ସ ପ୍ରିମିୟର ଲିଗ୍ ର ପ୍ରଥମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚଟିକୁ ୬୦ ରନରେ ଜିତିନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶେଫାଳି ବର୍ମା ଏବଂ ମେଗ ଲାନିଂ ଶତକୀୟ ପାରି ଖେଳିଥିଲେ । ସେହିପରି ଦଳ ପକ୍ଷରୁ ତାରା ନରିସ ଦମଦାର ବୋଲିଂ କରିଥିଲେ । ମୁମ୍ବାଇର ବ୍ରେବର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୨୩ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ବେଙ୍ଗାଲୁରୁ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୩ ରନରେ ସୀମିତ ରହିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅଧିନାୟକ ସ୍ମୃତି ମନ୍ଧାନା ୩୫ ରନ୍ କରିଥିଲେ ।