The Topmost

“The eyes believe themselves, the ears believe other people.”

ଟ୍ୱିଟର ବ୍ୟବହାରକାରୀଙ୍କ ଉପରେ ନୂଆ କଟକଣା

ଟ୍ୱିଟର ବ୍ୟବହାରକାରୀଙ୍କ ଉପରେ ନୂଆ କଟକଣା ଲଗାଇଛନ୍ତି ଏଲନ ମସ୍କ । ଆକାଉଣ୍ଟଧାରୀ ଦୈନିକ କେତୋଟି ପୋଷ୍ଟ ପଢ଼ି ପାରିବେ କିମ୍ବା ଦେଖିପାରିବେ, ସେନେଇ ମସ୍କ ନୂଆ ନିୟମ ଜାରି କରିଛନ୍ତି। ସାଂଘାତିକ ସ୍ତରରେ ଥିବା ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବା ପାଇଁ ସେ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଇଥିବା କହିଛନ୍ତି । ଟ୍ୱିଟର ଅସ୍ଥାୟୀ ଭାବେ କିଛି କଟକଣା ଲାଗୁ କରୁଥିବା ମସ୍କ ଶନିବାର ବିଳମ୍ବିତ ରାତିରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ଦୈନିକ ୬ ହଜାର ପୋଷ୍ଟ ପଢ଼ି ପାରିବେ । ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀମାନେ ଦୈନିକ ୬୦୦ ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ସର୍ବାଧିକ ୩୦୦ଟି ପୋଷ୍ଟ ପଢ଼ି ପାରିବେ। ଆଉ ଏକ ଟ୍ୱିଟରେ ସେ କହିଛନ୍ତି ଯେ ଖୁବଶୀଘ୍ର ରେଟ ସୀମା ଭେରିଫାଏଡ ପାଇଁ ୮ ହଜାର, ଅନଭେରିଫାଏଡ ପାଇଁ ୮୦୦ ଓ ନୂଆ ଅନଭେରିଫାଏଡ ପାଇଁ ୪୦୦ ହେବ । ଶୁକ୍ରବାର ମସ୍କ କହିଥିଲେ ଯେ ବିଭିନ୍ନ ପୋଷ୍ଟକୁ ପଢ଼ିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଯେମିତି ହେଲେ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ ପଡ଼ିବ । ନଚେତ ସେ କୌଣସି ପୋଷ୍ଟକୁ ଦେଖିପାରିବେ ନାହିଁ । ଅସ୍ଥାୟୀ ଭାବେ ସେ ଏପରି ପଦକ୍ଷେପ ନେଇଥିବା କହିଥିଲେ ।