The Topmost

“The eyes believe themselves, the ears believe other people.”

ଟ୍ୱିଟର ପାଇଁ ବଢିବାରେ ଲାଗିଛି ଅଡୁଆ

ଏଲନ ମସ୍କଙ୍କ ଆହ୍ବାନର ପ୍ରଭାବ ପଡିଲା କି ? ଟ୍ୱିଟର ପାଇଁ ବଢିବାରେ ଲାଗିଛି ଅଡୁଆ । କମ୍ପାନୀରୁ ଇସ୍ତଫା ଦେବାରେ ଲାଗିଛନ୍ତି ହଜାର ହଜାର କର୍ମଚାରୀ । ମସ୍କ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ କି କମ୍ପାନୀର କଠିନ କାମକୁ ଆପଣାଇ ନିଅନ୍ତୁ ନଚେତ କମ୍ପାନୀରୁ ଇସ୍ତଫା ଦେଇଦିଅନ୍ତୁ । ମସ୍କଙ୍କ ଏଭଳି ଆହ୍ୱାନ ପରେ ଏବେ ଇସ୍ତଫା ଦେବାରେ ଲାଗିଛନ୍ତି ହଜାର ହଜାର କର୍ମଚାରୀ । ମସ୍କଙ୍କ ବିକଳ୍ପ ଓ କର୍ମଚାରୀଙ୍କ ବଡଧରଣର ଇସ୍ତଫା ଫଳରେ ଏବେ ଟ୍ୱିଟର ପାଇଁ ଅଡୁଆ ବଢିବାରେ ଲାଗିଛି । କିଛି ସୂତ୍ର ସୂଚନା ମୁତାବକ ଏବେ ଟ୍ୱିଟରର ବିଭିନ୍ନ କାର୍ଯ୍ୟାଳୟରେ ତାଲା ପଡିଛି ।