The Topmost

“The eyes believe themselves, the ears believe other people.”

ଟ୍ୱିଟର ଖବର ପଢିବାକୁ ହେଲେ ଦେବାକୁ ହେବ ଟଙ୍କା

ଟ୍ୱିଟର ଖବର ପଢିବାକୁ ହେଲେ ଦେବାକୁ ପଡିବ ଟଙ୍କା । ଆସନ୍ତା ମାସରୁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଟ୍ୱିଟରରେ ଖବର ପଢିବାକୁ ହେଲେ ବ୍ୟବହାରକାରୀଙ୍କୁ ମାସିକିଆ ସବସ୍କ୍ରିପସନ୍ ନେବାକୁ ପଡିବ । ଏନେଇ ମସ୍କ କହିଛନ୍ତି ନ୍ୟୁଜ୍ ପ୍ରକାଶ କରୁଥିବା ସଂସ୍ଥାଗୁଡିକ ନିଜର ଆଟିକଲ ତଥା ନ୍ୟୁଜ୍ ପାଇଁ ଲୋକମାନଙ୍କଠୁ ଶୁଳ୍କ ଅସୁଲ କରିପାରିବେ । ବହୁ ଲୋକଙ୍କ ପାଇଁ କଟେଣ୍ଟ୍ ହେଊଛି ଆୟର ପ୍ରମୁଖ ଉତ୍ସ । ଯଦି ଆପଣମାନେ ସେଗୁଡିକୁ ପଢିବା ପାଇଁ କିଛି ପଇସା ଦେବେ, ତେବେ ସେମାନେ ଅଧିକ ସମୟ ଦେଇ ଭଲ କଟେଣ୍ଟ ପ୍ରସ୍ତୁତ କରିପାରିବେ । ନୂଆ ନିୟମ ଅନୁସାରେ ପ୍ରକାଶନ ସଂସ୍ଥା ପ୍ରତିଟି ଖବରରୁ ଶୁଳ୍କ ଅସୁଲ କରିପାରିବେ । ଏହା ଉଭୟ ମିଡିଆ ଏବଂ ସାଧାରଣ ଜନତାଙ୍କ ଲାଗି ଲାଭଦାୟ ହେବ ବୋଲି କହିଛନ୍ତି ମସ୍କ ।