ଏଲନ ମସ୍କ ଟ୍ୱିଟରର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି । ଟ୍ୱିଟରର ମାଲିକ ଏଲନ ମସ୍କ ଶୁକ୍ରବାର ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଟ୍ୱିଟରର ନୂଆ ସିଇଓ ଭାବରେ ଲିଣ୍ଡା ୟାକାରିନୋଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛି । ଲିଣ୍ଡା ମୁଖ୍ୟ ରୂପରେ ବ୍ୟବସାୟିକ ସଞ୍ଚାଳନ ଉପରେ ଧ୍ୟାନ ଦେବେ, ଯେବେ କି ମୁଁ ପ୍ରଡକ୍ଟ ଡିଜାଇନ ଏବଂ ନୂଆ ଜ୍ଞାନକୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରିବି । ପ୍ଲାଟଫର୍ମକୁ ସମସ୍ତ ଜିନିଷ ଥିବା ଆପ୍ ‘ଏକ୍ସ’ରେ ବଦଳାଇବା ପାଇଁ ଲିଣ୍ଡାଙ୍କ ସହ କାମ କରିବା ପାଇଁ ଉତ୍ସାହିତ ଅଛି । ଏହା ପୂର୍ବରୁ ମସ୍କ ନିଜର ଏକ ଅନ୍ୟ ଟ୍ୱିଟରେ ଘୋଷଣା କରିଥିଲେ ଯେ ସେ ଟ୍ୱିଟର ପାଇଁ ନୂଆ ସିଇଓ ହାୟର କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ