The Topmost

“The eyes believe themselves, the ears believe other people.”

ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ କରଣ

ଟ୍ରୋଲ୍‌ ହେବା କରଣ ଜୋହରଙ୍କ ପାଇଁ ଏକ ସାଧାରଣ କଥା। ମାତ୍ର ନିକଟରେ ସେ ଟ୍ରୋଲ୍‌ ହେବା ପରେ ସମାଲୋଚକଙ୍କୁ ଯେଉଁ ଜବାବ ଦେଇଛନ୍ତି ତାହା ଚର୍ଚ୍ଚାର କାରଣ ପାଲଟିଛି । କରଣ ତାଙ୍କର ଜବାବ ଏକ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଜରିଆରେ ଦେଇଛନ୍ତି। ଆପଣ ଜାଣିଥିବେ ଯେ ମେଟା ଗାଲା ୨୦୨୩କୁ ଆଲିଆ ଭଟ୍ଟଙ୍କୁ କରଣ ପଠାଇଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ କରଣଙ୍କ ଇନ୍‌ଷ୍ଟା ଷ୍ଟୋରି ଏବେ ସମାଲୋକଙ୍କ ଉଦ୍ଦେଶ୍ୟରେ ବୋଲି ସନ୍ଦେହ କରାଯାଉଛି। ଭାରତୀୟ ଡିଜାଇନ୍‌ର ପ୍ରବଳ ଗୁରୁଙ୍ଗ ତାଙ୍କର ଏକ ଇନ୍‌ଷ୍ଟା ପୋଷ୍ଟରେ ଉଲ୍ଲେଖ କରିଥିଲେ କି ସେ ମେଟା ଗାଲ୍‌ ୨୦୨୩ରେ ପାଇଁ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଆଲିଆଙ୍କୁ ଭେଟିଥିଲେ। ଏହି କଥାକୁ ନେଇ ‌ଟ୍ରୋଲର୍ସ କରଣଙ୍କୁ ଟ୍ରୋଲ୍‌ କରି ଚାଲିଥିଲେ।ଏବେ କରଣ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଲେଖିଛନ୍ତି, ‘ଡିୟର୍‌ ଓପନିୟନ୍‌, ମୁଁ ଜାଣେ ଯେ ଆପଣ ବର୍ଷକୁ ୩୬୫ ଦିନ ବିନା ବିଶ୍ରାମ ନେଇ କାମ କରନ୍ତି। ମାତ୍ର ଆପଣଙ୍କୁ ମୁଁ ରବିବାର ଛୁଟି ନେବାକୁ ନିବେଦନ କରୁଛି।’