ଓଡିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବେ ମମତା ଦିଦି । ବୁଧବାର ମମତାଙ୍କର ଟ୍ୱିନ ସିଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରିବାର ସଦସ୍ୟଙ୍କୁ ସେ ଭେଟିବାରର କାର୍ଯ୍ୟକ୍ରମ ରହିଛି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେତ ଆହତଙ୍କ ଚିକିତ୍ସା ବର୍ତ୍ତମାନ ମଧ୍ୟ ଜାରିରହିଛି । ବିଭିନ୍ନ ଡାକ୍ତରଖାନାରେ ଏମାନଙ୍କର ଚିକିତ୍ସା ହେଉଛି । ସାରା ଦେଶରୁ ସହାୟତାର ହାତ ବଢୁଥିବାବେଳେ ଫଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଆଗକୁ ହାତ ବଢାଇଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍