ଆଉ ଟ୍ରେନ୍ ଧକ୍କାରେ ମରିବେନି ହାତୀ । ହାତୀ ଧକ୍କା ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା । ହାତୀ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଲାଗୁ ହେବ । ପୂର୍ବତଟ ରେଳପଥ ଅଧୀନ ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଦିଗରେ ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧାରୋଡ, ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ଟ୍ରେନ୍ ଧକ୍କା ଯୋଗୁ ବହୁ ବଣୁଆ ହାତୀଙ୍କ ମୃତ୍ୟୁ ହେଉଛି । ତାକୁ ରୋକିବାକୁ ରେଳପଥ ପକ୍ଷରୁ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ବା IDS କରାଯିବ । ୬ରେଳ ସେକ୍ସନର ୨ଶହ କିଲୋମିଟର ରେଳ ଧାରଣା ସାମିଲ ହେବ । ପୂର୍ବତଟ ରେଳପଥ ମଞ୍ଜୁର କରିଛି ୭୯.୧୨କୋଟି । ଏହି ପ୍ରଣାଳୀ ଦ୍ବାରା ରେଳ ଟ୍ରାକ୍ ଆଡ଼କୁ ମାଡି ଆସୁଥିବା ହାତୀ ଚିହ୍ନଟ ସହ ହାତୀ ମୃତ୍ୟୁକୁ ଏଡାଇବାକୁ ରେଳ ଅଧିକାରୀଙ୍କୁ ସତର୍କ କରାଇବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା