The Topmost

“The eyes believe themselves, the ears believe other people.”

solo weding

ଟ୍ରେଣ୍ଡ୍‌ରେ ସୋଲୋ େୱଡିଂ

ଜାପାନରେ ଅଧିକାଂଶ ଯୁବତୀ ସୋଲୋ େୱଡିଂକୁ ଆପଣାଉଛନ୍ତି । ଅର୍ଥାତ କେବଳ ପରିବାର ସମ୍ପର୍କୀୟଙ୍କ ଗହଣରେ ସୁନ୍ଦର େୱଡିଂ ଡ୍ରେସ୍‌ ପିନ୍ଧି, ଭୋଜିଭାତର ଆସର ମଧ୍ୟରେ ନିଜକୁ ହିଁ ନିଜେ ବିବାହ କରୁଛନ୍ତି ଜାପାନୀ ଯୁବତୀ । ସେମାନେ କାହାର ସାଥୀ ହେବାକୁ ପସନ୍ଦ କରୁନାହାନ୍ତି । ଏକୁଟିଆ ହିଁ ସାରା ଜୀବନ କାଟିବାକୁ ଆଗ୍ରହ ଦେଖାଉଛନ୍ତି । ଗୋଟିଏ ଦିନ ପାଇଁ ନିଜ ଜୀବନର ରାଣୀ ହେବାକୁ ପ୍ରତିଟି ନାରୀର ସ୍ୱପ୍ନ ଥାଏ । ଯାହାକୁ ପୂରଣ କରିବା ପାଇଁ କେବଳ ଜାପାନ ନୁହେଁ ଅନ୍ୟ ପାଶ୍ଚାତ୍ୟ ଦେଶର ମହିଳାମାନେ ମଧ୍ୟ ସୋଲୋ େୱଡିଂ ଟ୍ରେଣ୍ଡ୍‌କୁ ଆପଣାଉଛନ୍ତି । ଆମ ଦେଶର ନାରୀଙ୍କ ପାଇଁ ଏହା ଦିବାସ୍ୱପ୍ନ ପରି ହୋଇଥିବା ବେଳେ ଜାପାନର ରାଜଧାନୀ କୁ୍ୟଟୋରେ ସେରେକା ଟ୍ରାଭେଲ ନାମକ କମ୍ପାନୀ ଯୁବତୀଙ୍କ ପାଇଁ ଦମଦାର ସୋଲୋ େୱଡିଂ ପ୍ୟାକେଜ ଜାରି କରୁଛି । ଯେଉଁଥିରେ କମ୍ପାନୀ ସେହିସବୁ ସେବାକୁ ସାମିଲ କରୁଛି, ଯାହାଦ୍ୱାରା ଜଣେ କନ୍ୟା ନିଜର ସ୍ୱତନ୍ତ୍ର ଦିନକୁ ସର୍ବଦା ମନେ ରଖିପାରିବ । ସୋଲୋ େୱଡିଂ ପ୍ୟାକେଜରେ ଦୁଇ ଦିନ ପାଇଁ ଯୁବତୀ ହୋଟେଲରେ ରହିଥାଏ ।

solo weding
solo weding @thetopmost-01

ସେଠାରେ ତାଙ୍କର ଡ୍ରେସ ଫିଟିଂ ଏବଂ ଫଟୋସୁଟ୍‌ କରାଯାଇଥାଏ, ବିବାହ ସ୍ଥାନକୁ ମଧ୍ୟ ଡିଜାଇନ କରାଯାଏ । ଏପରିକି ବିବାହର ପୁରା ଆଲବମ୍‌ ପ୍ରସ୍ତୁତ କରି ଦିଆଯାଏ । ଅତିଥିଙ୍କୁ ନିମନ୍ତ୍ରଣ ଦେବାଠାରୁ ଆରମ୍ଭ କରି ଭୋଜି ଆୟୋଜନର ସମସ୍ତ କାମ ଏକ୍ସପର୍ଟମାନେ କରିଥାନ୍ତି । କେବଳ ବର ନଥିବା ବେଳେ ସମ୍ପୂର୍ଣ୍ଣ ଭାବେ ପ୍ରକୃତ ବିବାହ ପରି କାର୍ଯ୍ୟକ୍ରମ ଆୟୋଜିତ ହୁଏ । ଏହି ନିଆରା ବିବାହ ପାଇଁ ବଜେଟ୍‌ ମଧ୍ୟ ମହିଳାଙ୍କ ପସନ୍ଦ ଅନୁସାରେ ସ୍ଥିର କରାଯାଏ । ଜାପାନର ଇଭେଣ୍ଟ କମ୍ପାନୀଙ୍କ ଅନୁଯାୟୀ ସବୁଠୁ ଶସ୍ତା ସୋଲୋ େୱଡିଂ ୩ ଲକ୍ଷ ୟେନ୍‌ ତଥା ୨ ଲକ୍ଷ ଟଙ୍କାରେ ଆୟୋଜିତ ହୁଏ । ରିପୋର୍ଟ ଅନୁସାରେ ୨୦୧୯ ପୂର୍ବରୁ ଟ୍ରାଭେଲ୍‌ ଏଜେନ୍ସି ଜାପାନର ୧୩୦ରୁ ଅଧିକ ମହିଳାଙ୍କ ସୋଲୋ େୱଡିଂ ଅନୁଷ୍ଠିତ କରାଇସାରିଛି । ଏପରିକି କେତେକ ଯୁବତୀ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ସୁନ୍ଦର ଗାଉନ ଏବଂ ଜାପାନୀ ଟ୍ରାଡିସନାଲ ଡ୍ରେସ୍‌ କିମୋନୋ ପିନ୍ଧି ସୋଲୋ େୱଡିଂ ସୁଟ୍‌ କରୁଛନ୍ତି । ସେପଟେ ଜାପାନ ବ୍ୟତୀତ ଇଟାଲୀ, ଆମେରିକାରେ ସିଙ୍ଗଲ୍‌ େୱଡିଂକୁ ପସନ୍ଦ କରୁଛନ୍ତି । କିନ୍ତୁ ଇଟାଲୀରେ ସୋଲୋ ମ୍ୟାରେଜକୁ ଆଇନ ସ୍ୱୀକୃତି ମିଳିନାହିଁ ।

solo weding
solo weding @thetopmost-01

http://thetopmost.in/?p=1048

http://thetopmost.in/?p=1045

http://thetopmost.in/?p=1039

http://thetopmost.in/?p=1030

ସେପଟେ ଆମେରିକାର ଲସ୍‌ଏଞ୍ଜେଲସ୍‌ରେ ସୋଲୋ େୱଡିଂ ରିଙ୍ଗ ପାଇଁ ଆଡଭାନ୍ସ ଅର୍ଡର ଦିଆଯାଉଛି । ଏପରିକି ଏଠାରେ ମହିଳାମାନେ ୧୮ ମାସ ପୂର୍ବରୁ ବୁକିଂ କରୁଛନ୍ତି ଏବଂ ନିଜ ପରଫେକଫ େୱଡିଂ ରିଙ୍ଗର ଅପେକ୍ଷା କରୁଛନ୍ତି । ଅନ୍ୟପକ୍ଷରେ ସୋଲୋ ମ୍ୟାରେଜ କରୁଥିବା ମହିଳାମାନେ କହିଛନ୍ତି, ସେମାନଙ୍କୁ ସମାଜ ଏବଂ ପରିବାର ଲୋକ ସବୁବେଳେ ଗୋଟିଏ ହିଁ ପ୍ରଶ୍ନ ପଚାରୁଥିଲେ ଯେ ସେମାନେ କେବେ ବିବାହ କରିବେ ଏବଂ କାହାକୁ ବିବାହ କରିବାକୁ ଚାହୁଁଛନ୍ତି । ଏହିପରି ପ୍ରଶ୍ନର ଅନ୍ତ ଘଟାଇବା ପାଇଁ ସେ ସୋଲୋ େୱଡିଂକୁ ପରଫେକଫ ବିକଳ୍ପ ଭାବେ ବାହାର କଲେ । ବର୍ତ୍ତମାନ ସମାଜ ସାମ୍ନାରେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ସେ ସାରା ଜୀବନ ନିଜ ସହ ରହିବାକୁ ପ୍ରସ୍ତୁତ ଅଛନ୍ତି ।