The Topmost

“The eyes believe themselves, the ears believe other people.”

ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ

ମହାନଦୀ ଜଳବିବାଦ ମାମଲା । ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ । କମନ ଇନଫରର୍ମେସନ ଫର୍ମାଟ-ସିଆଇଏଫ ଚୂଡ଼ାନ୍ତ ପାଇଁ ସମୟ ନେଇଛନ୍ତି ଉଭୟ ରାଜ୍ୟ। ଏଥିପାଇଁ ୪ ସପ୍ତାହ ସମୟ ଦେଇଛନ୍ତି  ଟ୍ରିବ୍ୟୁନାଲ । ସେପ୍ଟେମ୍ବର ୧୬ ରେ ପରବର୍ତ୍ତୀ  ଶୁଣାଣି ପାଇଁ ତାରିଖ ଦିଆଯାଇଛି  । ସିଆଇଏଫ ପ୍ରସ୍ତୁତ ହୋଇ ନ ପାରିବାରୁ ୫ ସପ୍ତାହ ସମୟ ମାଗିଥିଲେ ଉଭୟ ରାଜ୍ୟ। କିନ୍ତୁ ଟ୍ରିବ୍ୟୁନାଲ ୪ ସପ୍ତାହ ସମୟ ମଂଜୁର କରିଛନ୍ତି  । ମହାନଦୀର ୧୬ ବେସିନ ଥିବା ଆସେସର ମାନେ କହିଛନ୍ତି । ଦୟା ଏବଂ ଚିଲିକାକୁ ଗୋଟିଏ ବେସିନ ବୋଲି ଆସେସର କହିଛନ୍ତି । ଓଡିଶା କେବଳ ଚିଲିକାକୁ ୪ଟି ବେସିନରେ ବାଣ୍ଟି ଥିବାରୁ ବର୍ତ୍ତମାନ ଏହାକୁ ନେଇ ଛତିଶଗଡ଼ ବିରୋଧ କରୁଛି । ଓଡିଶା ସିଆଇଏଫ ପାଇଁ  ୪୭ଟି ପଏଣ୍ଟ ଦେଇଥିବା ବେଳେ ୧୮ ଟି ବାକି ଅଛି । ଛତିଶଗଡ଼ ୫୦ ଟି ଦାଖଲ କରିଥିବା ବେଳେ ୧୫ ଟି ବାକି ଅଛି। ଏହାକୁ ତୁରନ୍ତ ଫାଇନାଲ କରିବାକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଶେଷ ସୁଯୋଗ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।