ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ଓଡ଼ିଶା ଆସିଛନ୍ତି ଟ୍ରିବ୍ୟୁନାଲ ଟିମ୍ । ୨୩ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ ଓ ମହାନଦୀ ଆୟାକଟ୍ ଅଞ୍ଚଳ ବୁଲି ଦେଖିବେ । ଗତକାଲି ଟ୍ରିବ୍ୟୁନାଲ ସମ୍ବଲପୁରରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ ଜିଲ୍ଲାପାଳ ଓ ଏସପି । ଆଜି ପ୍ରଥମ ଦିନରେ ହୀରାକୁଦ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ । ୨୪ ତାରିଖରେ ଟ୍ରିବ୍ୟୁନାଲ ଭୁବନେଶ୍ବର ଆସିବେ । ୨୫ ତାରିଖରେ ବିଶ୍ରାମ ପରେ ୨୬ରୁ ୨୮ ପର୍ଯ୍ୟନ୍ତ କଟକ ନରାଜ, ମୁଣ୍ଡଳୀ, ଅଂଶୁପା ଓ ଚିଲିକା ହ୍ରଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ସେପଟେ ଛତିଶଗଡ଼ ଯୋଗୁଁ ଓଡ଼ିଶା ଭୋଗୁଥିବା ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଅଭିଯାନ । ଝାରସୁଗୁଡ଼ାରେ ମହାନଦୀର ଉପନଦୀ କେଲୋ ନଦୀ ନିକଟରେ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ । ଟ୍ରିବ୍ୟୁନାଲକୁ ୫ବର୍ଷ ବିତିଥିଲେ ବି ଏହାରି ମଧ୍ୟରେ କୌଣସି ପଦକ୍ଷେପ କି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟ ଦିଆଗଲାନି । ତଳମୁଣ୍ଡରେ ଯେତିକି ପାଣି ରହିବା କଥା ରହୁନାହିଁ । ଫଳରେ ପିଇବା ପାଣି ସହିତ ଜଳସେଚନ ଓ ଜୈବ ବିବିଧିତା ପ୍ରଭାବିତ ହୋଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି