ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ବଜେଟ ଅଧିବେଶନ । ନିୟୋଜିତ ରହିବେ ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ । ୫ ଅସ୍ଥାୟୀ କଣ୍ଟ୍ରୋଲ ରୁମକୁ କଣ୍ଟ୍ରୋଲ କରିବେ ଭୁବନେଶ୍ବର ଡିସିପି । ଟ୍ରାଫିକ ଡାଇଭର୍ସନ ସହ ପବ୍ଲିକ୍ ପ୍ଲେସରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ୍ ଡିଜି ସୁନିଲ ବଂଶଲ । ପୋଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଯାଞ୍ଚ କରାଯାଇଛି । ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଡିସିପିଙ୍କ ନେତୃତ୍ବରେ ୧୦ ଆଡ଼ିସିନାଲ ଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୧୦୦ ଜଣ ସବଇନ୍ସପେକ୍ଟର, ୨୦୦ ଜଣ କନଷ୍ଟେବଳ ନିୟୋଜିତ ହୋଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା