ଡିଜିଟାଲ ଯୁଗରେ ଆଜି ବି ଭାରତର ଅଧିକାଂଶ ସ୍ଥାନରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ହେଲେ କେତେକ ସ୍ଥାନରେ ନିଜ ପ୍ରତିଭା ଏବଂ କୌଶଳକୁ ପ୍ରମାଣିତ କରି କୋଟି କୋଟି ଲୋକଙ୍କ ପ୍ରେରଣା ସାଜିଛନ୍ତି । ୩୦ ବର୍ଷ ଧରି ସମାଜରେ ନିଜ ପରିଚୟ ଲୁଚାଇବା ପରେ କଠିନ ପରିଶ୍ରମ କରି ଜଣେ ଡାକ୍ତର ଭାବେ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି ଡକଫର ଭିଏସ୍ ପ୍ରିୟା । ସଂଘର୍ଷ, ସମ୍ଭାବନାରୁ ଆଗକୁ ଆସି କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ଭାବେ ପ୍ରିୟା ସମାଜରେ ମୁଣ୍ଡଟେକି ଠିଆ ହେବାରେ ସକ୍ଷମ ହୋଇଛନ୍ତି । କେରଳର ତ୍ରିଶୁରରେ ରହୁଥିବା ଡକଫର ପ୍ରିୟା ସୀତାରାମ ଆୟୁର୍ବେଦିକ ହସ୍ପିଟାଲରେ କାମ କରନ୍ତି । ପ୍ରିୟା ନିଜ ପ୍ରକୃତ ପରିଚୟକୁ ସମସ୍ତଙ୍କ ସାମ୍ନାରେ ଆଣିବା ପାଇଁ ୩୦ ବର୍ଷର ସଂଘର୍ଷକୁ ସହିଥିଲେ । ହେଲେ ପରିଶେଷରେ ନିଜ ପାଇଁ ୨୦୧୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ପ୍ରିୟା ହର୍ମୋନ ଥେରାପି ଏବଂ ସର୍ଜରୀ ସହାୟତାରେ ନିଜର ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିଲେ । ତାଙ୍କର ଜନ୍ମିତ ନାମ ଥିଲା ଜିନୁ ସସିଧରନ । ପ୍ରିୟାଙ୍କ କହିବା ଅନୁଯାୟୀ ଏହି ନାମ ସହ ତାଙ୍କର ପ୍ରକୃତ ପରିଚୟ ବହୁତ ସଂଘର୍ଷ କରିଥିଲା । କିଶୋର ସମୟ ତାଙ୍କ ଜୀବନର ସବୁଠୁ କଠିନ ପର୍ଯ୍ୟାୟ ଥିଲା । ଏପରିକି ମାନସିକ ସ୍ଥିତି ଠିକ୍ ନଥିବା ତାଙ୍କ ପିତାମାତାଙ୍କୁ ଅନୁଭବ ହୋଇଥିଲା । ଏହାପରେ ପ୍ରିୟା ସ୍କୁଲର ଅନୁଭବକୁ ପଛରେ ପକାଇ ଏକ ସାଧାରଣ ଜୀବନ ବଞ୍ଚିବା ପାଇଁ ଚିନ୍ତା କଲେ ଏବଂ ଆଗକୁ ମଧ୍ୟ ବଢ଼ିଲେ । ଉଚ୍ଚଶିକ୍ଷା ରୂପରେ ତ୍ରିଶୁରରେ ଆୟୁର୍ବେଦିକ କଲେଜରୁ ବ୍ୟାଚେଲର ଅଫ୍ ଆୟୁର୍ବେଦ, ମେଡିସିନ ଏବଂ ସର୍ଜରୀରେ ଶିକ୍ଷା ଗ୍ରହଣ କଲେ । ଏତିକିରେ ନ ରହି ପୁଣି ଡକଫର ଅଫ୍ ମେଡିସିନରେ ନାମ ଲେଖାଇଲେ । ସବୁଠୁ ବଡ଼ କଥା ହେଉଛି ଏହି ସମୟରେ ସେ ନିଜ ପରିଚୟକୁ କେବେ ବି ବାହାରକୁ ଆଣିବାକୁ ଦେଇନଥିଲେ । କେବଳ ପାଠପଢ଼ା ଏବଂ କ୍ୟାରିଅର ପ୍ରତି ଧ୍ୟାନ ଦେଇଥିଲେ । ଏହାପରେ ୨୦୧୨ରେ ପ୍ରାକଫିସ ଆରମ୍ଭ କରି ଡଃ ପ୍ରିୟା ନିଜ କ୍ୟାରିଅରରେ ସଫଳ ହେଲେ । କିନ୍ତୁ ୨୦୧୪ରେ ତାଙ୍କୁ ଅନୁଭବ ହେଲା ଯେ ସେ ଜୀବନରେ ଖୁସିରେ ନାହାନ୍ତି । ତେଣୁ ପ୍ରାୟ ୩ ବର୍ଷ ଧରି ଲିଙ୍ଗ ପରିବର୍ତ୍ତନ ଉପରେ ଅନେକ ଗବେଷଣା କରିବାକୁ ଲାଗିଲେ । ଶେଷରେ ଆତ୍ମବିଶ୍ୱାସକୁ ଦୃଢ କରି ୨୦୧୮ରେ ଟ୍ରାନ୍ସୱିମେନ ଭାବେ ନିଜକୁ ଘୋଷଣା କଲେ । ଡକଫର ପ୍ରିୟାଙ୍କ କହିବା ଅନୁଯାୟୀ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପିଲାବେଳୁ ହିଁ ଜେଣ୍ଡର ଏବଂ ସେକ୍ସ ସମ୍ପର୍କରେ ଶିକ୍ଷା ଦେବା ଆବଶ୍ୟକ । ସେ ଆଶା ରଖିଛନ୍ତି ଯେ ଆଗାମୀ ପିଢି ଅଧିକ ସଚେତନ, ସହଯୋଗୀ ଏବଂ ସହାୟକ ହେବ ।
“The eyes believe themselves, the ears believe other people.”
More Stories
ଘରେ ଭଲ କରନ୍ତୁ ପୁରୁଣାରୁ ପୁରୁଣା ଗ୍ୟାସଟିକ୍ ବେମାର
କେଶ ପାଇଁ ମହୋଷଧୀ ବ୍ୟବହୃତ ଚାପତି
କିପରି ନେବେ ନିଜ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଯତ୍ନ