ଟ୍ରାକରୁ ଖସିଲା ଟ୍ରେନ୍, ଅଳ୍ପକେ ବର୍ତିଲେ ଯାତ୍ରୀ । ଉତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ ଦେବ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ବେଳେ ସାହେଲ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡିବା ପରେ ଏହି ଅଘଟଣ ଘଟିଛି । ହଠାତ୍ ଟ୍ରାକରୁ ଖସିଯାଇଥିଲା ଟ୍ରେନ୍ । ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତି ଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ବାହାନଗା ଦୁର୍ଘଟଣାର କିଛି ମାସ ବିତିଥିବାବେଳେ ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ଆଉ ଏକ ଟ୍ରେନ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଥିରେ ଏକାଧୀକ ଲୋକଙ୍କ ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାକୁ ଦିନ କେଇଟା ବିତିନଥିବା ବେଳେ ପୁଣି ଏକ ଟ୍ରେନ୍ ଟ୍ରାକରୁ ଖସିଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର