The Topmost

“The eyes believe themselves, the ears believe other people.”

ଟ୍ରମ୍ପଙ୍କ ପିଛା ଛାଡୁନି ବିବାଦ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିଛା ଛାଡୁନି ବିବାଦ । ପୁଣି ଏକ ନୂଆ ବିବାଦ ଭିତରେ ଫଶିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଥିବା ସମୟରେ ଆମେରିକାର ବିଦେଶୀ ଉପହାର ଭଣ୍ଡାରରେ ଥିବା ବହୁମୂଲ୍ୟ ଉପହାରକୁ ଟ୍ରମ୍ପ ବିକ୍ରି କରି ମୋଟା ଅଙ୍କର ଅର୍ଥ ନିଜ ନାଁରେ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅଢ଼େଇ ଲକ୍ଷ ଡଲାର ମୂଲ୍ୟର ଉପହାରକୁ ହେରଫେର କରିଛନ୍ତି ଟ୍ରମ୍ପ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଉପହାର ମଧ୍ୟ ରହିଛି । ନିୟମ ଅନୁସାରେ ଆମେରିିକାର ରାଷ୍ଟ୍ରପତି ଥିବା ସମୟରେ ଟ୍ରମ୍ପ ଯେଉଁ ଦେଶଗସ୍ତ କରିଥିଲେ ସେଠାରୁ ଅନେକ ଉପହାର ପାଇଥିଲେ । ନିୟମ ଅନୁସାରେ ଏହାକୁ ସରକାରୀ ଭଣ୍ଡାରରେ ରଖାଯାଏ । ଏଥିରୁ ଟ୍ରମ୍ପ ହେରଫେର କରିଥିବା କଂଗ୍ରେସ ସମିତି ଏକ ରିପୋର୍ଟ ସହ ଅଭିଯୋଗ କରିଛି । ରିପୋର୍ଟରେ କୁହାଯାଇଛି ପ୍ରାୟ ୧ହଜାର ଉପହାରର ତଥ୍ୟ ଟ୍ରମ୍ପ ଦେଇ ନାହାଁନ୍ତି । ୨୦୧୭ରୁ ୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ ଡୋନାଲ୍ଡ ଟ୍ରମ୍ପ ।