ଟ୍ରପଲାଇନ ପ୍ରଭାବରେ ଆଜି ଭିଜିବ ସାରା ଓଡ଼ିଶା । ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ କେତେ ପ୍ରଭାବ ପକାଇବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କାଳବୈଶାଖୀ ବର୍ଷା ଜାରି ରହିବ । ସେପଟେ ବଜ୍ରପାତ ମୁକାବିଲା ନେଇ ସତର୍କ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି