September 24, 2025

ଟ୍ରକ୍ ରେ ଯାତ୍ରା କଲେ ରାହୁଲ ଗାନ୍ଧୀ

କର୍ଣ୍ଣାଟକରେ କ୍ଲିନ୍‌ ସୁଇପ୍‌ ପରେ ନିଜ ପୁରୁଣା ଜୋସ୍‌କୁ ଫେରି ପାଇଛି କଂଗ୍ରେସ । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକ ଇତିହାସକୁ ରିପିଟ୍‌ କରିବାକୁ ଅଣ୍ଟା ଭିଡ଼ିଛି ଦଳ । ଏଥିନିମନ୍ତେ ଦଳର ନେତା ରାହୁଲ ଗାନ୍ଧି ରାତି ଦିନ ଏକ କରି ଦେଇଛନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝିବାକୁ ସେ ଗୋଟିଏ ବି ମଉକା ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ରାହୁଲଙ୍କର ଏବେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ଟ୍ରକ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ହେଲେ ଅମ୍ବାଲାରୁ ସେ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିଥିଲେ। କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି ଅମ୍ବାଲାରେ ଟ୍ରକ୍‌ ଡ୍ରାଇଭରଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଡ୍ରାଇଭରଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ।

SHARE BY