The Topmost

“The eyes believe themselves, the ears believe other people.”

ଟ୍ବିଟରରୁ ହଟିଯିବ ୟୁଜର୍ସଙ୍କ ବ୍ଲୁ ଟିକ୍

ଏଲନ ମସ୍କଙ୍କ ନୂଆ ଘୋଷଣା । ଶୀଘ୍ର ହଟିବାକୁ ଯାଉଛି ଟ୍ୱିଟର ୟୁଜର୍ସଙ୍କ ବ୍ଲୁ ଟିକ୍ । ଭେରିଫାଏଡ ଆକାଉଣ୍ଟକୁ ପ୍ରଥମେ ବ୍ଲୁ ଟିକ୍ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ସବସ୍କ୍ରିପସନ ଜରିଆରେ ପ୍ରଦାନ କରୁଛି । ଏହା ଛଡା ଗୋଲ୍ଡ ଏବଂ ଗ୍ରେ ଟିକ ମଧ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ଭେରିଫାଏଡ ଆକାଉଣ୍ଟକୁ ଗୋଲେଡନ୍ ଟିକ୍ ପ୍ରଦାନ କରାଯାଇଛି । ତେବେ ଏଲନ ମସ୍କଙ୍କ ନୂଆ ଘୋଷଣା ଲୋକଙ୍କୁ ଦୁଃଖିତ କରିଛି । ମସ୍କ ଘୋଷଣା କରିଛନ୍ତି ଯେ, ଟ୍ୱିଟର ୟୁଜର୍ସଙ୍କ ବ୍ଲୁ ଟିକ୍ ଶୀଘ୍ର ହଟିବାକୁ ଯାଉଛି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିକଟରେ ବ୍ଲୁ ଟିକ୍ ସବସ୍କ୍ରିପସନ ଫିଚରକୁ ପୁଣି ଥରେ ଲଞ୍ଚ କରିଦିଆଯାଇଛି । ଏଥିରେ ଟ୍ୱିଟର ବ୍ଲୁ ଟିକ୍ ନେବା ପାଇଁ ପ୍ରଥମେ ୟୁଜର୍ସଙ୍କୁ ଟଙ୍କା ପୈଠ କରିବାକୁ ପଡିବ । ବର୍ତ୍ତମାନ ପ୍ରଥମରୁ ଭେରିଫାଏଡ ସମସ୍ତ ଆକାଉଣ୍ଟର ବ୍ଲୁ ଟିକ୍ ହଟାଇଦିଆଯିବ । ଗୋଟିଏ ଟ୍ୱିଟର ଉତ୍ତର ଦେବାକୁ ଯାଇ ସେ ଲେଖିଛନ୍ତି କିଛି ମାସରେ ଲୋକଙ୍କ ଆକାଉଣ୍ଟରୁ ଲିଗାସି ବ୍ଲୁ ଚେକକୁ ହଟାଇ ଦିଆଯିବ ।