ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଦୈନିକ ସଂକ୍ରମଣ ୬ ହଜାର ଡେଇଁବା ପରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟରେ ଚିନ୍ତା ପ୍ରକଟ ପାଇଛି । ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ ଦିନକ ତଳେ ୬ ହଜାର ଡେଇଁଥିଲା । ଏହା ୨୦୦ ଦିନ ମଧ୍ୟରେ ସର୍ବାଧିକ। ତେଣୁ କେନ୍ଦ୍ର ସରକାର କରୋନା ହଟସ୍ପଟ ଚିହ୍ନଟ ସହ ଟେଷ୍ଟିଂ ବୃଦ୍ଧି ଓ ଇନଫ୍ଲୁଏଞ୍ଜା ଭଳି ରୋଗର ତତ୍କାଳୀନ ଚିହ୍ନଟ ପାଇଁ ରାଜ୍ୟ ଗୁଡ଼ିକୁ କହିଛନ୍ତି । ୧୦ ଦିନ ହେଲାଣି କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ୭ ଦିନରୁ କମ ସମୟରେ ଦୁଇ ଗୁଣ ହେଉଛି । ବର୍ତ୍ତମାନେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ଯ୍ୟ ସୀମା ଠାରୁ ବହୁତ କମ ମାତ୍ରାରେ କରୋନା ଟେଷ୍ଟିଂ ହେଉଉଛି। ତେଣୁ ପ୍ରତି ୧୦ ଲକ୍ଷ ଲୋକରେ ୧୦୦ ଟେଷ୍ଟିଂ କରିବାକୁ କୁହାଯାଇଛି। ବିଶେଷ କରି ଆରଟି-ପିସିଆର ସଂଖ୍ୟା ବୃଦ୍ଧି କରିବାକୁ ମାଣ୍ଡଭୀୟ କହିଛନ୍ତି।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ