ଭାରତୀୟ କମ୍ପାନୀ ଇନଫୋସିସ ଇଣ୍ଟର ନ୍ୟାସନାଲ ଫେସର ଆସେସମେଣ୍ଟ ପରୀକ୍ଷା ପାସ କରିବାରେ ଅସଫଳ ହୋଇଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ରିପୋର୍ଟ ଅନୁସାରେ କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ଟେଷ୍ଟ ରଖିଥିଲା । ଯେଉଁଥିରେ ପାସ ହୋଇପାରିନଥିବା କର୍ମଚାରୀଙ୍କୁ ବାହାର କରିଦିଆଯାଇଛି । ଏହି ଟେଷ୍ଟରେ ଫେଲ ହୋଇଥିବା ୬୦୦ କର୍ମଚାରୀଙ୍କୁ ଇନଫୋସିସ ଚାକିରିରୁ ବାହାର କରିଛି । ପୂର୍ବରୁ ୨୫୦ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିଲା । ବର୍ତ୍ତମାନ ମୋଟ ବାହାର କରାଯାଇଥିବା କର୍ମଚାରୀଙ୍କ ସଂଖ୍ୟା ପୃଷ୍ଟି କରିବାକୁ କମ୍ପାନୀକୁ କୁହାଯାଇଛି । ହେଲେ କମ୍ପାନୀ ଏହାର ଖୁଲାସା କରିବାକୁ ବାରଣ କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ