ଟେରର ଆପ୍ରେ ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନରୁ ପରିଚାଳିତ ୧୪ ମେସେଞ୍ଜର ଆପ୍ ବ୍ୟାନ୍ । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ଆପକୁ ବ୍ୟାନ କରାଯାଇଛି । ଗୁଇନ୍ଦା ଇନପୁଟ ଆଧାରରେ ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି । ପାକିସ୍ତାନରେ ଆତଙ୍କବାଦୀମାନେ ଏହି ଆପ୍ ଯୋଗେ ଜାମ୍ମୁ-କାଶ୍ମୀରରେ ଥିବା ସମର୍ଥକ ଓ ଅଣ୍ଡର ଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ କୋଡେଡ୍ ମେସେଜ ପଠାଉଥିବା ଜଣାପଡ଼ିଥିଲା । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡ଼ିକୁ ବ୍ୟାନ କରାଯାଇଛି । ପୂର୍ବରୁ ମଧ୍ୟ ଅନେକ ଚାଇନିଜ ଆପକୁ ଭାରତରେ ବ୍ୟାନ କରାଯାଇଛି । ୨୦୨୦ ଜୁନ ପରଠାରୁ ଭାରତରେ ପ୍ରାୟ ୨ଶହ ଚାଇନିଜ ଆପ୍ ବ୍ୟାନ ହୋଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ