ସଂଧ୍ୟାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସର ନୂଆ ନିୟମ । ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ଯାଏଁ କଟକ ଓ ଭୁବନେଶ୍ୱର ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ମାଲବାହୀ ଟ୍ରକ ତଥା ଭାରିଯାନ । ସଂଧ୍ୟା ହେଲେ କଟକ ଓ ଭୁବନେଶ୍ୱରରେ ପ୍ରବଳ ଭିଡ ହେଉଛି । ଯାହାକୁ ନେଇ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅଣାୟତ ହୋଇପଡୁଛି । ଏବେ ଏହାକୁ ନଜରରେ ରଖି କମିଶନରେଟ ପୁଲିସ ଏପରି ଏକ ନିଷ୍ପତ୍ତି ନେଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଛଅ ଚକିଆ ଟ୍ରକ ଏବଂ ଏହାଠୁ ବଡ ଯାନ ପିତାପଲୀ ଛକ ପଟୁ ଭୁବନେଶ୍ୱର ଆଡକୁ ଏବଂ ମଙ୍ଗୁଳି ଛକ ପଟୁ କଟକ ସହର ମଧ୍ୟକୁ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ସାଢ଼େ ୭ଟା ମଧ୍ୟରେ ପ୍ରବେଶ କରିପାରିବ ନାହିଁ । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିଶନରେଟ ପୁଲିସ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ