The Topmost

“The eyes believe themselves, the ears believe other people.”

ଟୁଇଟର, ଆମାଜନ ଓ ମେଟା ପଥରେ ଗୁଗଲ

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗଲ । ଟୁଇଟର, ଆମାଜନ ଓ ମେଟା ପେର ଭଳି ଗୁଗଲ ପଦକ୍ଷେପ ନେବ । ଗୁଗଲ ପକ୍ଷରୁ ବର୍ତ୍ତମାନ ଗୁଗଲ ରିଭ୍ୟୁସ ଆଣ୍ଡ ଡେଭଲପମେଣ୍ଟ ବା ଗ୍ରାଡ ନୀତି ଆପଣାଯାଇଛି । ଏହି ନୀତି ବଳରେ କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ । ତେବେ କମ୍ପାନିର ଏହି ନୀତିକୁ ସମାଲୋଚନା କରିଛନ୍ତି କର୍ମଚାରୀ । ନୂଆ ନୀତି ଅନୁସାରେ ଫୁଲଟାଇମ କର୍ମଚାରୀଙ୍କ ମଧ୍ୟରୁ ୬ ପ୍ରତିଶତ କର୍ମଚାରୀଙ୍କୁ ହଟାଇଦିଆଯିବ । ଉପଯୁକ୍ତ ପରଫର୍ମାନ୍ସ ରେଟିଂ ଅନୁସାରେ ଅନେକ କର୍ମଚାରୀ ବିଦା ହେବେ ବୋଲି ସୂଚନା ମିଳିଛି । ଗୋଟିଏ ପଟେ ପରଫର୍ମାନସ ଇମ୍ପ୍ରୁଭମେଣ୍ଟ ପ୍ଲାନ ଓ ଅନ୍ୟ ପକ୍ଷରେ ବଜାର ସ୍ଥିତିରେ ମାନ୍ଦା ଯୋଗୁ କମ୍ପାନି ଏହି ପଦକ୍ଷେପ ନେବ ।