ମୋଦୀ ସାଙ୍ଗିଆ ମାମଲାରେ ରାହଲୁଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ଗୁଜୁରାଟ ତଳ କୋର୍ଟଙ୍କ ରାୟ ଉପରେ ସର୍ବୋଚ୍ଚ ଅଦାଲତ ରହିତାଦେଶ ଲଗାଇଛନ୍ତି । ତେବେ ଏହାପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯାହା ବି ହେଇଯାଉ ପଛେ, ମୋ କର୍ତ୍ତବ୍ୟ ସେୟା ହିଁ ରହିବ । ଭାରତର ବିଚାରକୁ ରକ୍ଷା କରିବା ମୋର କର୍ତ୍ତବ୍ୟ । ତେବେ ଗତ ମାର୍ଚ୍ଚ ମାସ ୨୩ ତାରିଖରେ ଗୁଜରାଟ ସୁରତ କୋର୍ଟ ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏଥିପାଇଁ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ହେଲେ ଏବେ ଦେଶର ସର୍ବୋଚ୍ଚ ଅଦାଲତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି । ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି ମାମଲାର ଚୂଡାନ୍ତ ଶୁଣାଣି ନ ଆସିବା ଯାଏଁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍