The Topmost

“The eyes believe themselves, the ears believe other people.”

ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ଜର୍ସିକୁ ନେଇ ରାଗିଲେ ମମତା

‘ବିଜେପି’ ସବୁ କିଛି ଗେରୁଆ ରଙ୍ଗ କରି ପକାଉଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ପ୍ରାକ୍ଟିସ୍‌’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି । କେନ୍ଦ୍ରୀୟ କୋଲକାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି । ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି । ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ବିତ ଓ ମୋର ବିଶ୍ବାସ ସେମାନେ ବିଶ୍ବ ଚାମ୍ପିୟନ୍‌ ହେବେ । ସେମାନଙ୍କୁ ବି ଗୈରିକ ବସ୍ତ୍ର ପିନ୍ଧାଇ ଦିଆଯାଇଛି। ଏବେ ସେମାନେ ଗୈରିକ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ହେଉ କି, ପ୍ରକୃତ ମ୍ୟାଚ୍‌ ହେଉ ସବୁବେଳେ ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ। ମେଟ୍ରୋ ଷ୍ଟେସନଗୁଡ଼ିକରେ ବି ଗୈରିକ ବର୍ଣ୍ଣ ଦିଆଯାଉଛି। ଏହା ଅସହ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ।